ୟେତି ହେଉଛି ଏକ ବିଶାଳ ମାଙ୍କଡ଼ ପ୍ରଜାତି ଯିଏ ହିମାଳୟର ବରଫାବୃତ୍ତ ଅଞ୍ଚଳରେ ରହେ । ସମ୍ପୂର୍ଣ୍ଣ ଶରୀର ଧଳା ମୋଟା ଲୋମ ଦ୍ୱାରା ଆବୃତ ଓ ଶରୀର ଶକ୍ତ ଅଟେ । ଏହି ହିମ ମାନବ ଏକ ପୌରାଣିକ ପ୍ରାଣୀ ଅଟେ ଯିଏ ହିମାଳୟର ନେପାଳ ଓ ତିବ୍ବତ ଅଞ୍ଚଳରେ ରହେ ।
ଭାରତୀୟ ସେନାଦ୍ୱାରା ନିଆଯାଇଥିବା ଫୋଟୋ
ପୃଥିବୀର ଅଧିକାଂଶ ବିଚିତ୍ର ପ୍ରାଣୀମାନଙ୍କ ମଧ୍ୟରୁ ହିମ ମାନବ ଅନ୍ୟତମ । ୧୮୩୨ରେ ଜେମ୍ସ ପ୍ରିନ୍ସଏପ ନେପାଳର ଉତ୍ତର ଭାଗରେ ଭ୍ରମଣ କରୁଥିବା ସମୟରେ ସ୍ଥାନୀୟ ଅଧିବାସୀଙ୍କ ପାଖରୁ ଏପରି ବିଚିତ୍ର ଜୀବର ସନ୍ଧାନ ପାଇଲେ ।
୨୦୧୯ରେ ଭାରତୀୟ ସେନା ପାଖରୁ ଖବର ଆସିଲା ଯେ ସେମାନେ ହିମ ମାନବର ପଦଚିହ୍ନକୁ ନିଜ କ୍ୟାମେରାରେ ସଞ୍ଚୟ କରି ରଖିଛନ୍ତି ଆଉ ସେସବୁକୁ ଟ୍ୱିଟର ମାଧ୍ୟମରେ ସମଗ୍ର ଦେଶବାସୀଙ୍କ ସହିତ ସେୟାର କଲେ । ଭାରତୀୟ ସେନା ଟ୍ୱିଟରେ ଦେଇଥିବା ଫୋଟୋରେ ୩୨X୧୫ ଇଞ୍ଚ ପାଦଚିହ୍ନ ଥିଲା ଏବଂ ଏହା ୨୯ ଏପ୍ରିଲ ୨୦୧୯ରେ ସେନା ଟ୍ୱିଟ କରିଥିଲେ ।
ଭାରତୀୟ ସେନାଙ୍କ ଟ୍ୱିଟର ର ସ୍କ୍ରିନସଟ
ଏହି ହିମ ମାନବ ବିଷୟରେ ନେପାଳର ପୌରାଣିକ ତଥ୍ୟରୁ ଏହି ସୂଚନା ମିଳେ ଯେ ଏହି ଜୀବ ହିମାଳୟ, ମଧ୍ୟ ଏସିଆ ଓ ସାଇବେରିଆର ବରଫାବୃତ୍ତ ଅଞ୍ଚଳରେ ଦେଖାଯାଏ ।
0 Comments