ଅଷ୍ଟ୍ରେଲିଆର ସିଡନୀର କାବେଜ୍ ଟ୍ରି ଉପସାଗରରେ ଏହି ବିଚିତ୍ର ଜୀବ ଦୃଷ୍ଟିଗୋଚର ହୁଏ। ଏହାର ବୈଜ୍ଞାନିକ ନାମ Phyllopteryx Taeniolatus ଅଟେ। ଏହି ଜୀବ ସମୁଦ୍ର ଘୋଡ଼ା ପରି ଦେଖିବାକୁ । ଏହାର ମୁହଁ ପକ୍ଷୀ ଥୋଣ୍ଟ ଭଳି ଲମ୍ବା ଏବଂ ଲାଞ୍ଜ ମଧ୍ୟ ଲମ୍ବା ଅଟେ । ଏହା ଦକ୍ଷିଣ ଭାରତ ମହାସାଗର, ଦକ୍ଷିଣ ମହାସାଗର , ଦକ୍ଷିଣ - ପୂର୍ବ ପ୍ରଶାନ୍ତ ମହାସାଗର ଏବଂ ଅଷ୍ଟ୍ରଲିଆର ନିଉ ସାଉଥ ୱେଲ୍ସ ରୁ ପଶ୍ଚିମ ଅଷ୍ଟ୍ରେଲିଆ ଏବଂ ତାସମାନିଆ ପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ 50 ମିଟର ପାଣିରେ ପଥର ଏବଂ ସାମୁଦ୍ରିକ ଉଦ୍ଭିଦ ମଧ୍ୟରେ ଦେଖାଯାଏ । ଏହା ଏବେ ବିପଦଗ୍ରସ୍ତ ଜୀବ। କାରଣ ଚିନ ଦେଶର ପାରମ୍ପରିକ ଔଷଧି ପାଇଁ ଏହାକୁ ସେମାନେ ପ୍ରବଳ ମାତ୍ରାରେ ଅଷ୍ଟ୍ରେଲିଆରୁ ନିଜ ଦେଶକୁ ଆମଦାନୀ କରିଥାନ୍ତି ।
0 Comments