ଏହି ଜୀବର ଫୋଟୋ ପ୍ରଥମେ ୨୦୧୮ରେ ସୋସିଆଲ ମିଡିଆକୁ ଆସିଥିଲା। ପରେ କିଛି ଲୋକ ପୋଷ୍ଟ କଲେ ଯେ ଏହି ଜୀବ ଏକ ଏଲିଏନ ଜୀବ ଆଉ ଏବେ ଏହା ଗୁଜୁରାଟରୁ ରାଜସ୍ଥାନ ଆଡ଼କୁ ଯାଉଛି । ତେଣୁ ସେମାନେ କୃଷକ ଭାଇମାନଙ୍କୁ ସତର୍କ ରହିବା ପାଇଁ କହିଥିଲେ ।
ମାତ୍ର ଏହା ଏକ ଫେକ୍ ଅଟେ । ଏହି ଜୀବ ଏକ ଏଲିଏନ ମୂର୍ତ୍ତି ଅଟେ ଯାହାକୁ ଜଣେ ଇଟାଲି ଶିଳ୍ପୀ ଯାହାଙ୍କ ନାମ ଲାଇରା ମାଙ୍ଗାନୁକ୍ ତିଆରି କରିଛନ୍ତି । ତାଙ୍କର ନିଜସ୍ୱ ୱେବସାଇଟ ହେଉଛି LairaManganuco.Com.
ଲାଇରା ୧୬ ଜାନୁଆରୀ ୧୯୭୯ରେ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ସେ ଏକବିଂଶ ଶତାବ୍ଦୀର ଜଣେ ମହାନ ମୂର୍ତ୍ତିକାର । ସେ କିଛି ବର୍ଷ ଆର୍ଟ ସ୍କୁଲ ଶିକ୍ଷା ନେବା ପରେ ଅଧାରୁ ପଢ଼ା ଛାଡି ନିଜ ଅନୁଭୂତି ଅନୁଯାଇ ବିଭିନ୍ନ ପ୍ଲାଷ୍ଟିକରୁ ଭୟାନକ ଏଲିଏନ ମୂର୍ତ୍ତି ଗଠନ କରିବାରେ ସିଦ୍ଧହସ୍ତ ହେଲେ ।
0 Comments