ଜୁଲାଇ ୧୯, ୨୦୨୦ରେ ବାଲେଶ୍ୱର ସୁଜନପୁରରୁ ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି । ସୁଜନପୁରର ବାସିନ୍ଦା ବାସୁଦେବ ମହାପାତ୍ର ବିଲରେ କାମ କରୁଥିବାବେଳେ ଏହି କଇଁଛକୁ ଦେଖିଥିଲେ । ତାକୁ ସେ ଘରକୁ ଆଣିଲେ ଓ ଫରେଷ୍ଟ ଅଫିସରଙ୍କୁ ଖବର ଦେଲେ ।
ଭାରତୀୟ ବନ ବିଭାଗର ବାରିଷ୍ଟ ଅଧିକାରୀ ସୁଜନ ନନ୍ଦଙ୍କ କହିବା ଅନୁଯାୟୀ କଇଁଛଟି ଏକ ଆଲବିନୋ ଥିଲା । ଆଲବିନିଜିମ ହେଉଛି ଏକ ଜିନିୟ ରୋଗ ଯାହା ଶରୀରକୁ ମେଳାମିନ ଉତ୍ପାଦନକୁ ରୋକି ଥାଏ । ଫଳରେ ଚର୍ମ , କେଶ, ଆଖିର ରଙ୍ଗ ହାଲୁକା କିଂବା ଧଳା କିମ୍ବା ହଳଦିଆ ହୋଇଥାଏ ।
0 Comments