ଦକ୍ଷିଣ ଆମେରିକାରେ ପୃଥିବୀର ସର୍ବବୃହତ ନଦୀ ଓ ଆମାଜନ ଜଙ୍ଗଲ ଅବସ୍ଥିତ | ବୈଚିତ୍ରମୟ ଆମାଜନ ଜଙ୍ଗଲରେ ଅନେକ ବିଶାଳ ଓ କ୍ଷୁଦ୍ର ସର୍ପ ଅଛନ୍ତି | ସେମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ର ସାପ ହେଉଛି ଅନିଲିଅସ | ଏହି ସାପର ଅନ୍ୟ ନାମ ହେଉଛି ଆମେରିକୀୟ ପାଇପ ସାପ | ଏହାର ଶରୀର ବହୁତ ଆକର୍ଷଣୀୟ | ସମ୍ପୂର୍ଣ୍ଣ ଶରୀର ନାଲି ଓ ନାଲି ମଝିରେ କଳା ପଟା ପଟା ଦାଗ | ଏହା ଏକ ବିଷହୀନ ସର୍ପ ଅଟେ | ଏହାର ଲମ୍ବ ପ୍ରାୟ 70 ସେ.ମି. ଅଟେ | ଏହା ଆମାଜନର ଚିରହରିତ ଅରଣ୍ୟରେ ବହୁଳ ସଂଖ୍ୟାରେ ଦେଖାଯାଏ | ଏହା ମୁଖ୍ୟତଃ ଆଂଫିବିଆ, ଛୋଟ ସାପ, ମାଛ ଓ ବେଙ୍ଗ ଖାଇ ବଞ୍ଚେ |
0 Comments