Search This Blog

ଗୋଲାପୀ ପରୀ ଆରମାଡିଲୋ (Pink Fairy Armadillo)

 

କେନ୍ଦ୍ରୀୟ ଆର୍ଜେଣ୍ଟିନାରେ ଗୋଲାପୀ ପରୀ ଆରମାଡିଲୋ ନାମକ ଏକ କ୍ଷୁଦ୍ର ଓ ସ୍ତନ୍ୟପାୟୀ ପ୍ରାଣୀ ବାସ କରେ । ଏହି ଦୁର୍ଲଭ ଜୀବର ଶରୀରର ଲମ୍ବ 84 ରୁ 117 ମି.ମି ଓ ଲାଞ୍ଜ 27ରୁ 35 ମି.ମି ଅଟେ । ଏହାର ଓଜନ ପ୍ରାୟ 85 ଗ୍ରାମ ଅଟେ । 

ଏହି ପଶୁର ଛୋଟ ଆଖି, ଶରୀର ଉପରି ଭାଗ ଈଷତ ହଳଦିଆ ରଙ୍ଗର ଆକର୍ଷଣୀୟ ସେଲ, ଶରୀରର ତଳ ଭାଗ ଧଳା ରେଶମଯୁକ୍ତ ବାଳ ଅତୀବ ଆକର୍ଷଣୀୟ ଅଟେ । ଏହି ପଶୁ ଆର୍ଜେଣ୍ଟିନାର ମରୁଭୂମି, ସମତଳ ଅଞ୍ଚଳ ଓ ତୃଣଭୂମି ଅଞ୍ଚଳରେ ବାସ କରେ । 

ଏମାନଙ୍କର ମୁଖ୍ୟ ଖାଦ୍ୟ କିତପଟଙ୍ଗ, ପୋକ, ପିମ୍ପୁଡି ଓ ବିଭିନ୍ନ ଉଦ୍ଭିଦ ଅଟେ । ଏହି ପ୍ରାଣୀଙ୍କୁ ମଧ୍ୟ କୀଟନାଶକ ଭାବେ ବ୍ୟବହାର କରାଯାଏ । କୃଷିକାର୍ଯ୍ୟ ପାଇଁ ଏହି ଜୀବକୁ ମାରିଦିଆଯାଏ ନଚେତ ଘୋରଇ କୁକୁର ଓ ବିଲେଇମାନଙ୍କ ଦ୍ୱାରା ଏମାନେ ଶିକାର ହୋଇଯାନ୍ତି । ଏହି ପ୍ରଜାତି ଏବେ ବିଲୁପ୍ତ ହେବାକୁ ବସିଲାଣି । 



Post a Comment

0 Comments