Search This Blog

ସୁନ୍ଦର ଜୀବ ବଜ୍ରକାପ୍ତା ( Amazing Animal Pangolin)

 

ଦୁନିଆ ବଡ଼ ବିଚିତ୍ର । ଏହି ବିଚିତ୍ର ଦୁନିଆରେ ଏମିତି ସବୁ ବିଚିତ୍ର ପ୍ରାଣୀ ଥାଆନ୍ତି; ସେମାନଙ୍କୁ ଦେଖିଲେ ମନରେ କୌତୁହଳ ଜନ୍ମେ । ଏମିତି ଏକ ବିଚିତ୍ର ପ୍ରାଣୀ ହେଉଛି ବଜ୍ରକାପ୍ତା। ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାର ମୁହଁ ସରୁ, ଲମ୍ବା ଓ ଗୋଜିଆ । ଲାଞ୍ଜ ମୋଟା ଏବଂ ଶରୀର ତ୍ରିଭୁଜାକାର କାତିରେ ପୂର୍ଣ୍ଣ । ଯେତେବେଳେ ସେ କୌଣସି ବିପଦର ଆଶଙ୍କା କରେ ସଙ୍ଗେ ସଙ୍ଗେ ମୁହଁ ଚାରିପଟେ ଶରୀରକୁ ଏମିତି ଗୁଡ଼େଇ ଦିଏ ଯେ କାତିଗୁଡିକ କଣ୍ଟା ଭଳି ଉପରକୁ ଉଠି ରହେ ଏବଂ ଶିକାରୀ ପଶୁମାନେ ତାହାର କୌଣସି କ୍ଷତି କରିପାରନ୍ତି ନାହିଁ । ଏହାର ଶରୀରର ରଙ୍ଗ ସେ ରହୁଥିବା ପରିସ୍ଥାନର ରଙ୍ଗ ପରି ହୋଇଥାଏ । 

ଏହି ସଙ୍କଟାପନ୍ନ ବଜ୍ରକାପ୍ତା ର ମାଂସ ଓ ଶରୀରର ବିଭିନ୍ନ ଅଂଶରୁ ଲୋକମାନେ ଔଷଧ ତିଆରି କରିଥାନ୍ତି । ଏହି ଜୀବ ବହୁତ ଲାଜ କୁଳା ଓ ରାତ୍ରିଚର ଜୀବ ଅଟେ । ଏହା ମୁଖ୍ୟତଃ ମାଟି, ଉଇହୁଙ୍କା ଓ ଫମ୍ପା କାଠଗଡକୁ ତାଡ଼ି ତା' ଭିତରୁ ଜନ୍ଦା ପିମ୍ପୁଡିମାନଙ୍କୁ ଖାଇଥାଏ । ଦିନବେଳେ ଏହି ଜୀବ ନିଜ ଗାତରେ ବିଶ୍ରାମ ନିଏ । ଏମାନେ ପ୍ରାୟତଃ ଏକୁଟିଆ ରହିବାକୁ ଭଲ ପାଆନ୍ତି ଏବଂ ଏମାନଙ୍କର ଗତି ଧୀର ଅଟେ । ଏମାନଙ୍କ ଶରୀର ଓ ଲାଞ୍ଜର ମୋଟ ଲମ୍ବ ପ୍ରାୟ ୧୨୦ ସେ.ମି. ଏବଂ ଓଜନ ପ୍ରାୟ ୧୫ କି.ଗ୍ରା । 

ବଜ୍ରକାପ୍ତା ର ମୁଖ୍ୟ ଆକର୍ଷଣୀୟ ଜିନିଷ ହେଉଛି ଏହା ଶରୀରରେ ଥିବା ତ୍ରିଭୁଜାକୃତି ବିଶିଷ୍ଟ କାତି ଯାହା ତା' ଶରୀରରେ ପ୍ରାୟ ୨୦୦ଟି କାତି ଥାଏ । ବଜ୍ରକାପ୍ତା ରହୁଥିବା ଗାତ ଦୁଇ ପ୍ରକାର । ଗୋଟିଏ ଶୟନ ଗାତ ଓ ଅନ୍ୟଟି ଖାଇବା ଗାତ ଯେଉଁ ଗାତରେ ସେ ଖାଏ । 

ବଜ୍ରକାପ୍ତା ଭାରତର ସିଆଲକୋଟ୍, ଝେଲମ, ଗୁଜରାଟ, ପଞ୍ଜାବ, ଦକ୍ଷିଣ ଭାରତର ନୀଳଗିରି ପର୍ବତ, ପାକିସ୍ତାନ, ଆଫ୍ରିକା, ଶ୍ରୀଲଙ୍କା ଆଦିରେ ଦେଖିବାକୁ ମିଳେ । ଓଡ଼ିଶାର ପ୍ରାୟ ପ୍ରତିଦିନ ବାଲେଶ୍ୱରର ନିଲାଗିରିରୁ ଗୋଟିଏ ଓ ଦକ୍ଷିଣ ଓଡିଶାରୁ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଉଛି । ଆଫ୍ରିକାର ବଜ୍ରକାପ୍ତା ଗଛ ଚଢିପାରେ କିନ୍ତୁ ଭାରତୀୟ ବଜ୍ରକାପ୍ତା ଗଛ ଚଢ଼ିପରେ ନାହିଁ ।

Post a Comment

0 Comments