ଭାରତୀୟ ଗୁଣ୍ଡୁଚିମୂଷା ବିଭିନ୍ନ ରଙ୍ଗରେ ରଞ୍ଜିତ । ଯାହାକୁ ଭାରତୀୟ ବିଶାଳ ଗୁଣ୍ଡୁଚିମୂଷା ବା ଇନ୍ଦ୍ରଧନୁ ଗୁଣ୍ଡୁଚିମୂଷା କୁହାଯାଏ । ଏହି ପ୍ରାଣୀ ଭାରତର ପଶ୍ଚିମ ଘାଟ, ପୂର୍ବ ଘାଟ, ସତପୁରା ପର୍ବତମାଳା ଓ ମଧ୍ୟପ୍ରଦେଶ ରେ ଦୃଷ୍ଟି ଗୋଚର ହୁଏ । ଏହି ପ୍ରାଣୀ ସାଧାରଣତଃ ଗଛ ଉପରେ ବସା ବାନ୍ଧେ ।
ଭାରତୀୟ ବିଶାଳ ଗୁଣ୍ଡୁଚିମୂଷା ର ଶରୀର ଲମ୍ବ 25ରୁ 50 ସେଣ୍ଟିମିଟର ଓ ଓଜନ ପ୍ରାୟ 2 କିଲୋଗ୍ରାମ । ଏହାର ରଙ୍ଗ ଗାଢ଼ ନାଲି, ବାଇଗଣୀ, ଉଜ୍ଜ୍ୱଳ କମଳା, ଗାଢ଼ ବାଦାମୀ ଓ କ୍ରିମ ରଙ୍ଗର ହୋଇଥାଏ । ଏହି ପ୍ରାଣୀ ଅଧିକାଂଶ ସମୟ ଗଛରେ ବିତେଇଥାଏ । ଏହା ଫଳ, ଫୁଲ, କୋଳି, ପକ୍ଷୀର ଅଣ୍ଡା, ଆଉ କିତପଟଙ୍ଗକୁ ଖାଇଥାଏ ।
କେରଳର କୌଶିକ ବିଜୟାନ ନାମକ ଜଣେ ଫୋଟୋଗ୍ରାଫର ଏହି ସବୁ ଫୋଟୋ ଜଙ୍ଗଲରୁ ଉଠେଇଛନ୍ତି ଓ ନିଜର ଇଂସ୍ଟଗ୍ରାମ ଆଇଡିରେ ଅପଲୋଡ଼ କରିଛନ୍ତି ।
କୌଶିକ ବିଜୟନ ଉଠେଇଥିବା ଅନ୍ୟ ଫୋଟୋଗୁଡିକ
0 Comments