ଦକ୍ଷିଣ ଆମେରିକାରେ ଅବସ୍ଥିତ ଆମାଜନ ଜଙ୍ଗଲ ବଡ଼ ବିଚିତ୍ରମୟ । ତା'ଠାରୁ ବିଚିତ୍ର ଏହି ଜଙ୍ଗଲରେ ବାସ କରୁଥିବା ସମ୍ରାଟ ତାମାରିନ ମାଙ୍କଡ଼ । ଏହି ମାଙ୍କଡ଼ର ମୁହଁ ବଡ଼ ବିଚିତ୍ର । କଳା ମୁହଁକୁ ଧଳା ମୋଟା ନିଶ ବଡ଼ ଆକର୍ଷଣୀୟ । ନିଶଟି ରାଜାଙ୍କ ଭଳି ହେଇଥିବାରୁ ଏହାର ନାମ ସମ୍ରାଟ ତାମାରିନ ମାଙ୍କଡ଼ ହେଇଛି । ନିଶର ଅଗ୍ରଭାଗ ମୋଡ଼ି ହୋଇ ଦାଢ଼ି ସହ ସଂଯୁକ୍ତ ଯାହା ଖୁବ ଆକର୍ଷଣୀୟ ହୋଇଥାଏ ।
ତାମାରିନ ମାଙ୍କଡ଼ ଏକ କ୍ଷୁଦ୍ର ମାଙ୍କଡ଼ ଅଟେ । ଏହାର ଶରୀର 13 ରୁ 30 ସେ.ମି. ଏବଂ ଲାଞ୍ଜ 9 ରୁ 17 ସେ.ମି. ଅଟେ । ଏହି ମାଙ୍କଡ଼ର ଓଜନ 350 ରୁ 580 ଗ୍ରାମ ଅଟେ । ନାଲି ତାମାରିନ ମାଙ୍କଡ଼ 20 ବର୍ଷ ବଞ୍ଚିଥିଲା ବେଳେ କ୍ରେଷ୍ଟେଡ଼ ତାମାରିନ ମାଙ୍କଡ଼ 23 ବର୍ଷ ବଞ୍ଚେ ।
ତାମାରିନ ମାଙ୍କଡ଼ର ପ୍ରକାରଭେଦ
1. କଟନ ଟପ ତାମାରିନ
2. ସମ୍ରାଟ ତାମାରିନ
3. ପାଇଡ ତାମାରିନ
4. ଗୋଲଡେନ ହାଣ୍ଡେଡ଼ ତାମାରିନ
5. ବ୍ରାଉନ ମାନଟେଲଡ଼ ତାମାରିନ
6.ଜୋଫରସ ତାମାରିନ
7.ମଷ୍ଟାଚଡ଼ ତାମାରିନ
8. ହ୍ଵାଇଟ ଲିପଡ଼ ତାମାରିନ
9. ହ୍ଵାଇଟ ଫୁଟେଡ଼ ତାମାରିନ
10. ବ୍ଲାକ ମାନଟେଲଡ଼ ତାମାରିନ
11. ବ୍ଲାକ ତାମାରିନ
12. ଗୋଲଡେନ ମାନଟେଲଡ଼ ତାମାରିନ
13. ମୋଟଲ ଫେସ ତାମାରିନ
14. ଗୋଲଡେନ ଲାଇଅନ ତାମାରିନ
0 Comments