ବାଲେଶ୍ଵରର ୮ ଟି ପ୍ରସିଦ୍ଧ ମନ୍ଦିର
୧. ଦ୍ଵିତୀୟ ପୁରୀ, ଇମାମୀ ଜଗନ୍ନାଥ ମନ୍ଦିର
ଇମାମୀ ଜଗନ୍ନାଥ ମନ୍ଦିର ବାଲେଶ୍ଵରର ବାଳଗୋପାଳପୁରର
ପେପର ମିଲ୍ ପରିସରରେ ନିର୍ମାଣ କରାଯାଇଛି |
ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ
ମନ୍ଦିରର ପ୍ରତିକୃତି ଅଟେ | ଏହି ମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି |
ଏହି ମନ୍ଦିରର ବିଶେଷତା ହେଉଛି ଏହା ଜାତି, ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ମନ୍ଦିର
କୁ ପ୍ରବେଶ କରି ପାରିବେ ଓ ଦିଅଁ ଦର୍ଶନ କରି ପାରିବେ |
୨.
ପଞ୍ଚଲିଙ୍ଗେଶ୍ଵର ମନ୍ଦିର
ଏହା ନୀଳଗିରି ପାହାଡ଼ ଉପରେ ଅବସ୍ଥିତ ଏକ ଶିବ
ମନ୍ଦିର ଅଟେ | ପାହାଡ଼ ଉପରକୁ ଯିବାକୁ ହେଲେ ପକ୍କା ନିର୍ମିତ ସିଡି ପ୍ରଥମେ ଚଢିବାକୁ ହେବ |
ଦୁଇ ପଥର ସନ୍ଧିରେ ଝରଣାଟିଏ ବହି ଯାଇଛି | ସେହି ଝରଣା ତଳେ ଶିବଙ୍କ ୫ ଟି ଲିଂଗ ଅବସ୍ଥିତ |
ଜଣେ ସେହି ପଞ୍ଚ ଲିଂଗ ଛୁଇଁବାକୁ ହେଲେ ପାଣି ଭିତରେ ହାତ ବୁଡେଇବାକୁ ହେବ | ଏହା ବାଲେଶ୍ଵରରୁ
୨୮.୬ କି.ମି ଦୂରତା ଅଟେ |
୩. ଚନ୍ଦନେଶ୍ଵର ଶିବ ମନ୍ଦିର
ଏହା ଓଡିଶା ଓ ପଶ୍ଚିମବଂଗ ସୀମା ପାଖରେ ଅବସ୍ଥିତ | ଏହା ଏକ ଶିବ ମନ୍ଦିର ଅଟେ |
ପଣା ସଂକ୍ରାନ୍ତି ଅର୍ଥାତ୍ ଓଡ଼ିଆ ନବ ବର୍ଷ ଦିନ ଏଠାରେ ଭକ୍ତମାନଙ୍କର ଭିଡ଼ ଜମେ | ଦେଶର
ବିଭିନ୍ନ ପ୍ରାନ୍ତରୁ ଏଠାକୁ ଭକ୍ତମାନେ ନିଜର ମନସ୍କାମନା ପୂରଣ ପାଇଁ ଆସିଥାନ୍ତି | ସେହି ଦିନ
ଏଠାରେ ଏକ ବଡ଼ ମେଳା ଆୟୋଜିତ ହୋଇଥାଏ |
୪. ଭୁଷଣ୍ଡେଶ୍ଵର ଶିବ ମନ୍ଦିର
ଏହା ଏକ ଶିବ ମନ୍ଦିର ଅଟେ | ଏହା ବାଲେଶ୍ଵରର ଚନ୍ଦନେଶ୍ଵର ରେ ଅବସ୍ଥିତ ଅଟେ ଏବଂ ଚନ୍ଦନେଶ୍ଵର ମନ୍ଦିର ଠାରୁ ୨୦ କି.ମି. ଦୂରରେ ଅବସ୍ଥିତ | ଏଠାରେ ଏସିଆର ସବୁଠାରୁ ବଡ଼ ଶିବ ଲିଂଗ ଅଛି | ଏହି ଲିଂଗ ର ଉଚ୍ଚତା ୧୨ ଫୁଟ୍, ଓ ମୋଟ ଗୋଲେଇ ୧୭ ଫୁଟ୍ | ଏହାର ଓଜନ ୧୬୮୦ କ୍ଵିଣ୍ଟାଲ୍ |
୫.
କ୍ଷୀରଚୋରା ଗୋପିନାଥ ମନ୍ଦିର
ଏହା ରେମୁଣାରେ ଅବସ୍ଥିତ | ବାଲେଶ୍ଵର ରେଳ
ଷ୍ଟେସନରୁ ଏହା ୯ କି.ମି. ଦୂରତାରେ ଅବସ୍ଥିତ | କ୍ଷୀରଚୋରାର ଅର୍ଥ ଶ୍ରୀକୃଷ୍ଣ ବାଲ୍ୟାବସ୍ଥାରେ
ଲହୁଣୀ ଚୋରୀ କରିବାକୁ ବୁଝାଏ | ଏହି ମନ୍ଦିରକୁ ଗଂଗ ବଂଶର ରାଜା ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ
କରିଥିଲେ | ବୃନ୍ଦାବନର ତ୍ରୀ-ମୂର୍ତ୍ତି ଶ୍ରୀ ମଦନମୋହନ, ଶ୍ରୀ ଗୋବିନ୍ଦ ଓ ଶ୍ରୀ ଗୋପିନାଥ ଭଳି
ଏଠାରେ ତିନି ଠାକୁର ବିରାଜିତ ହୋଇ ଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ କୁହାଯାଏ |
୬. ଲକ୍ଷ୍ମୀ
ନାରାୟଣ ମନ୍ଦିର
ଏହା ବାଲେଶ୍ଵରର ମଲ୍ଲୀକାଶପୁରରେ ଆବସ୍ଥିତ |
ଏହା ଏକ ହିନ୍ଦୁ ମନ୍ଦିର ଅଟେ | ପ୍ରତିଦିନ ଭକ୍ତମାନେ ଠାକୁର ଦର୍ଶନ କରିବାକୁ ଏଠାକୁ ଅସନ୍ତି |
୭. ଜଗନ୍ନାଥ
ମନ୍ଦିର , ବାଲିଆପାଳ
ଏହା ବାଲେଶ୍ଵରରୁ ୫୨.୯ କି.ମି . ଦୂରରେ
ବାଲିଆପାଳରେ ଅବସ୍ଥିତ | ଏହାର ରଥଯାତ୍ରା ଓ ବାହୁଡା ଯାତ୍ରା ପ୍ରସିଦ୍ଧ ଅଟେ | ରଥ ଯାତ୍ରାରେ
ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଭକ୍ତ ମାନେ ତିନି ଠାକୁରଙ୍କ ଦର୍ଶନ କାମନାରେ ଆସିଥାନ୍ତି |
୮. ଲଙ୍ଗଳେଶ୍ଵର ଶିବ ମନ୍ଦିର
ଏହା
ବାଲେଶ୍ଵରରୁ ୪୮ କି.ମି . ଦୂରରେ ଲଙ୍ଗଳେଶ୍ଵରର ପାର୍ବତୀ ନଦୀ କୂଳରେ ଅବସ୍ଥିତ | ଏଠାରେ
ପୁରାଣ ଯୁଗରେ ଭଗବାନ ଶିବ ଧାନ ବିଲରେ ହଳ କରୁଥିବାର ପୁରାଣରେ ବର୍ଣ୍ଣିତ ଅଛି | ତେଣୁ ଏଠାରେ
ଭଗବାନ ଶିବଙ୍କ ସହିତ ଲଙ୍ଗଳକୁ ମଧ୍ୟ ପୂଜା କରାଯାଏ | ଏଠାରେ ଜାଗର ଦିନ ବହୁତ ଭିଡ଼ ହୁଏ |
ମହାଶିବ ରାତ୍ରୀଠାରୁ ଠିକ ଏକ ମାସ ପର୍ଯ୍ୟନ୍ତ ଏଠାରେ ଜାଗର ମେଳା ଆୟୋଜିତ ହୋଇଥାଏ |
0 Comments