Search This Blog

(Kakapo) ସୁନ୍ଦର ପକ୍ଷୀ କାକାପୋ



ଦୁନିଆର ଏକମାତ୍ର ଶୁଆ ଯିଏ ଉଡ଼ିପାରେ ନାହିଁ ଆଉ ରାତିରେ ଖାଦ୍ୟ ଅନ୍ୱେଷଣରେ ଚରା ବୁଲା କରେ ସେ ହେଉଛି ନିଉଜିଲାଣ୍ଡର
କାକାପୋ ପକ୍ଷୀ। ଏହି ପକ୍ଷୀ ରାତିରେ ଚରାବୁଲା କରୁଥିବାରୁ ମାଓରୀ ଭାଷାରେ କାକାପୋର ଅର୍ଥ ରାତ୍ରି ଶୁଆ। ଏହି ପକ୍ଷୀ ସାଧାରଣତଃ ନିଉଜିଲାଣ୍ଡର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ, ଦ୍ବୀପ ଆଉ ତୃଣଭୂମି ଅଞ୍ଚଳରେ ଦେଖାଯାଏ । ଏହି ଶୁଆର ଓଜନ 2ରୁ 4 କିଲୋଗ୍ରାମ ହୋଇଥାଏ। ଏହାର ଦେହର ରଙ୍ଗ ସବୁଜ, କଳା ଆଉ ମାଟିଆ ମିଶ୍ରିତ ଅଟେ। ମୁହଁ ଟିକିଏ ଶୁଆ ଆଉ ପେଚା ଭଳି ଦେଖାଯାଏ। ଏହାର ଖାଦ୍ୟ ସାଧାରଣତଃ ଗଛର ମୂଳ, ପତ୍ର, ଫୁଲ, ଫଳ ଆଉ ପାଟି ସ୍ୱାଦ ପାଇଁ ଏହି ପକ୍ଷୀ ଛୋଟ ଛୋଟ କିତପଟଙ୍ଗକୁ ଖାଇଥାଏ। 

ବୈଜ୍ଞାନିକଙ୍କ ମତରେ କାକାପୋ ଅତୀତର ଉଡ଼ନ୍ତା ଡାଇନସର ରୂପାନ୍ତରଣ । ମାତ୍ର ଏହି ବିଚିତ୍ର ପକ୍ଷୀ ଏବେ ଅସୁରକ୍ଷିତ। ଏତେ ସୁନ୍ଦର ଦେଖାଯାଉଥିବା ନିଉଜିଲାଣ୍ଡର ଏହି ପକ୍ଷୀମାନଙ୍କ ସଂଖ୍ୟା ଏବେ ମାତ୍ର 150ରୁ ସାମାନ୍ୟ ଅଧିକ ଅଟେ। ଅବଶ୍ୟ ନିଉଜିଲାଣ୍ଡର ସରକାର ଏହି ପକ୍ଷୀର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
___________________________________________
_______________

Post a Comment

0 Comments