ଦକ୍ଷିଣ କେନ୍ଦ୍ରୀୟ ଚୀନର ପର୍ବତମାଳାରେ ଏକ ଅଦ୍ଭୁତ ଭାଲୁ ଦେଖାଯାଏ । ଯାହାର ନାମ ବିଶାଳ ପାଣ୍ଡା( Giant Panda) । ଯାହାର ମୁଣ୍ଡ ଓ ପେଟ ଆଉ ପିଠି ଧଳା । ବାକି ସବୁ ଅଂଶ କଳା । ସେମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ବାଉଁଶ । ସେମାନେ ବେଳେବେଳେ ଘାସ, ବଣୁଆ କଦଳୀ, ପକ୍ଷୀ ମାଂସ କିମ୍ବା ଗାଜର ଖା'ନ୍ତି ।
ବିଶାଳ ପାଣ୍ଡା ଭାଲୁ ଜାତିର । ସେମାନଙ୍କର ଉଚ୍ଚତା ପ୍ରାୟ ଛ ଫୁଟ ଅଟେ। ପୃରୁଷ ପାଣ୍ଡାର ଓଜନ 114 କି.ଗ୍ରା. ହେଇଥିଲା ବେଳେ ମାଈ ପାଣ୍ଡା ର ଓଜନ 100 କି.ଗ୍ରା. ଅଟେ।
ପାଣ୍ଡା ମାନେ ପ୍ରାୟ 18 କିଲୋଗ୍ରାମ ବାଉଁଶ ପ୍ରତିଦିନ ଖାଇଥାନ୍ତି । ସେମାନେ ପ୍ରତିଦିନ 10 ରୁ 16 ଘଣ୍ଟା ଖାଦ୍ୟ ଅନ୍ୱେଷଣ କରୁଥାନ୍ତି । ଚିଡିଆଖାନା ରେ ଥିବାବେଳେ ସେମାନଙ୍କୁ ବାଉଁଶ, ରନ୍ଧା ଖାଦ୍ୟ, ଆଖୁ, ଫଳମୂଳ, ଆଉ ପନିପରିବା ଖାଇବାକୁ ଦିଆଯାଏ ।
0 Comments