ଆମ ଆଖି ଯାହାକୁ ଦେଖେ ଆମେ ତା'ର ଅସ୍ତିତ୍ବ ବିଷୟରେ ଅବଗତ ହେଉ । ମାତ୍ର ଏମିତି କିଛି ଜୀବ ବା ଜିନିଷ ଅଛନ୍ତି ; ସେମାନଙ୍କୁ ଖାଲି ଆଖିରେ ଦେଖବା ଅସମ୍ଭବ । ତେଣୁ ସେ ସବୁକୁ ଦେଖିବା ପାଇଁ ଆମକୁ ଅଣୁବୀକ୍ଷଣ ଯନ୍ତ୍ର ବ୍ୟବହାର କରିବାକୁ ହୁଏ । ଅଣୁବୀକ୍ଷଣ ଏକ ବୈଜ୍ଞାନିକ ଯନ୍ତ୍ର ଯାହା ସାହାଯ୍ୟରେ ସୂକ୍ଷ୍ମ ଜିନିଷକୁ ବଡ଼ ଆକାରରେ ଦେଖିହୁଏ ।
ଅଣୁବୀକ୍ଷଣ ଯନ୍ତ୍ରକୁ ୧୬୦୦ ଶତାବ୍ଦୀରେ ଡଚ ର ଜଣେ ଚଷମା ଗଢାଳି ଜାଚାରୀୟସ ଜାନସେନ ନାମକ ବ୍ୟକ୍ତି ତିଆରି କରିଥିଲେ । ଏହାଦ୍ୱାରା ବୈଜ୍ଞାନିକମାନେ ବିଶେଷ ଉପକୃତ ହେଲେ । ବିଶେଷ କରି ଶରୀର ବିଜ୍ଞାନୀମାନେ ଶରୀରରେ ରକ୍ତ ପରୀକ୍ଷା କରିବା, ବିଭିନ୍ନ ଆଭ୍ୟନ୍ତରୀଣ ଜୀବାଣୁ ଆଦିଙ୍କୁ ଚିହ୍ନଟ କରିବା ସମ୍ଭବ ହେଲା । ମାତ୍ର ଏହାଦ୍ୱାରା ଭୁତାଣୁ ଓ ଅନୁ ପରମାଣୁ ଗୁଡିକୁ ବର୍ଦ୍ଧିତ ଆକାରରେ ଦେଖିବା ସମ୍ଭବ ହେଲା ନାହିଁ ।
ଭୁତାଣୁ ଓ ପରମାଣୁ ଗୁଡିକୁ ବଡ଼ ଆକାରରେ ଦେଖିବା ପାଇଁ ୧୯୩୦ରେ ଜର୍ମାନ ଦେଶରେ ବୈଦୁତିକ ଅଣୁବୀକ୍ଷଣ ଯନ୍ତ୍ର ଆବିଷ୍କାର କରାଗଲା । ଏହାର ଆବିଷ୍କାରକମାନେ ହେଲେ
Ernst Rusca
Mask knole
Bodo Van Borrow
ବୈଦୁତିକ ଯନ୍ତ୍ରରେ କିଛି ଜୀବଙ୍କ ଚିତ୍ର
0 Comments