ଆଫ୍ରିକା ଭୌଗଳିକ ସ୍ଥିତି ଯୋଗୁଁ ଏକ ବିଚିତ୍ର ଦେଶ ଅଟେ। ଏହି ଦେଶର ଅନ୍ୟ ଏକ ବିଚିତ୍ର କଥା ହେଉଛି ଏଠାରେ ଅନେକ ବୈଚିତ୍ରମୟ ପ୍ରାଣୀ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ଆଫ୍ରିକୀୟ ପେଙ୍ଗୁଇନ ଅନ୍ୟତମ । ସାଧାରଣତଃ ଶୀତଳ ଜଳବାୟୁରେ ବସବାସ କରୁଥିବା ପେଙ୍ଗୁଇନଠାରୁ ଅଲଗା ।
ଆଫ୍ରିକୀୟ ପେଙ୍ଗୁଇନକୁ କୃଷ୍ଣ ପାଦ କିମ୍ବା ଯାକସ ପେଙ୍ଗୁଇନ ମଧ୍ୟ କୁହାଯାଏ । ଏମାନେ ସାଧାରଣତଃ ଆଫ୍ରିକା ମହାଦେଶର ଦକ୍ଷିଣ-ପୂର୍ବ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାନ୍ତି। ନମିବିଆ ଦେଶ ଆଉ ଆଲୋଗୋଆ ଉପସାଗର ମଧ୍ୟରେ ଥିବା 24ଟି ଦ୍ଵୀପରେ ଏହି ପକ୍ଷୀ ଦଳବଦ୍ଧ ଭାବରେ ବସବାସ କରନ୍ତି ।
ଆଫ୍ରିକୀୟ ପେଙ୍ଗୁଇନ ପ୍ରାୟ 20 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । ଏହାର ଲମ୍ବ 65 ସେ.ମି. ଆଉ ଓଜନ ପ୍ରାୟ 3 କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ସେମାନେ ମୁଖ୍ୟତଃ ମାଛ, କଙ୍କଡ଼ା ଆଉ ସ୍କୁଇଡ଼ ଭଳି ସାମୁଦ୍ରିକ ଯିବାକୁ ଆହାର ରୂପେ ବ୍ୟବହାର କରନ୍ତି । ଚିତା ବାଘ ଦ୍ୱାରା ପ୍ରତିବର୍ଷ ଏହି ଜୀବ ସଂଖ୍ୟା କମିବାକୁ ଲାଗୁଛି ।
0 Comments