ଓଡ଼ିଶାର ନଦୀ ସମୁହ
ମହାନଦୀ
ମହାନଦୀ
ଓଡ଼ିଶାର ସବୁଠାରୁ ବଡ଼ ନଦୀ | ଏହା ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ଝାରସୁଗୁଡ଼ା
ଜିଲ୍ଲାରେ ଓଡ଼ିଶାକୁ ପ୍ରବେଶ କରିଛି | ଏହାର ଦୈର୍ଘ୍ୟ ପ୍ରାୟ ୮୫୭ କି.ମି. | ପାରାଦ୍ଵୀପ
ନିକଟସ୍ଥ ବତୀଘରର ଦକ୍ଷୀଣକୁ ବଙ୍ଗୋପସାଗରରେ ପଡ଼ିଛି | ଏହା ଭାରତର ଷଷ୍ଠ ବୃହତ୍ତମ ନଦୀ ଓ
ଓଡିଶାରେ ଏହାର ଦୈର୍ଘ୍ୟ ୪୯୪ କି.ମି. |
ବୌଦର
ସୁନାଖଣିଆଠାରୁ
ଦଶପଲ୍ଲାର ମଧ୍ୟରେ ଏହା ଏକ ଗଭୀର ଗଣ୍ଡ ସୃଷ୍ଟି କରିଛି | ତାହାକୁ ସାତକୋଶିଆ
ଗଣ୍ଡ କୁହାଯାଏ | ବନ୍ୟା ନିୟନ୍ତ୍ରଣ , ଜଳ ବିଦ୍ୟୁତ୍ ଉତ୍ପାଦନ ଓ ଜଳସେଚନ ଉଦ୍ଦେଶ୍ୟରେ ଏହି
ନଦୀ ଶଯ୍ୟାରେ ହୀରାକୁଦଠାରେ ଏକ ଡ୍ୟାମ ଓ ଯୋବ୍ରାଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇ କୃତ୍ରିମ
ଜଳଭଣ୍ଡାର ସୃଷ୍ଟି କରାଯାଉଛି | କଟକ ଠାରୁ ଏହି ନଦୀର ତ୍ରିକୋଣ ଭୂମି ଆରମ୍ଭ ହୋଇଛି |
ନିମ୍ନଶଯ୍ୟାରେ ଏହା ଅନେକ ଶାଖାନଦୀରେ ବିଭକ୍ତ
ହୋଇଛି | ସେଗୁଡ଼ିକ ମଧ୍ୟରେ କାଠଯୋଡ଼ି, କୁଆଖାଇ, ବିରୁପା , ଦେବୀ, ଦୟା ଓ ଭାର୍ଗବୀ ମୁଖ୍ୟ |
ଓଡ଼ିଶା ଭିତରେ ତେଲ ଓ ଇବ୍ ମହାନଦୀର ଦୁଇଟି ମୁଖ୍ୟ ଉପନଦୀ |
ବ୍ରାହ୍ମଣୀ
ଶଂଖ
ଓ କୋଏଲ୍ ନାମକ ଦୁଇଟି ନଦୀ ଛୋଟନାଗପୁର ମାଲଭୂମିରୁ ବାହାରି ରାଉରକେଲା ନିକଟସ୍ଥ ବେଦବ୍ୟାସଠାରେ
ମିଳିତ ହୋଇ ବ୍ରାହ୍ମଣୀ ନାମକ ନଦୀ ଧାରଣ କରିଛନ୍ତି | ଏହା ଓଡ଼ିଶାର ୨ୟ ବୃହତ୍ତମ ନଦୀ | ବୈତରଣୀ
ସହିତ ମିଳିତ ହୋଇ ଏହା ଧାମରାଠାରେ ବଙ୍ଗୋପସାଗରରେ ପଡ଼ିଅଛି | ଏହାର ନଦୀ ଶଯ୍ୟାରେ
ରେଙ୍ଗାଲୀଠାରେ ଗୋଟିଏ ଡ୍ୟାମ କରାଯାଇ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯିବା ସଂଗେ ସଂଗେ
ଜଳସେଚନ ମଧ୍ୟ କରାଯାଉଛି | ଖରଶ୍ରୋତା ଏହାର ମୁଖ୍ୟ ଶାଖାନଦୀ | ବ୍ରାହ୍ମଣୀ ନଦୀ କୂଳରେ ଗଢି ଉଠୁଥିବା
ଶିଳ୍ପ ଯୋଗୁଁ ଏହାର ଜଳ ଦୂଷିତ ହେବା ସଂଗେ ସଂଗେ ନିମ୍ନମାର୍ଗରେ ଏହାର ଜଳ ଉପରେ ନିର୍ଭର
କରୁଥିବା ଗ୍ରାମବାସୀମାନଙ୍କର ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଅଛି | ଏହାର ଦୈର୍ଘ୍ୟ ପ୍ରାୟ
୭୯୯ କି.ମି |
ଛୋଟନାଗପୁର
ମାଲଭୂମିରୁ ବାହାରି ପଶ୍ଚିମବଙ୍ଗ ମଧ୍ୟଦେଇ ପ୍ରବାହିତ ହେବାପରେ ବାଲେଶ୍ଵର ଜିଲ୍ଲାକୁ ପ୍ରବେଶ
କରିଅଛି | ଏହି ଜିଲ୍ଲାରେ ପ୍ରବାହିତ ହେବାପରେ ବଙ୍ଗୋପସାଗରରେ ପଡ଼ିଅଛି | ଏହାର ଦୈର୍ଘ୍ୟ ୪୩୩
କି.ମି |
ବୈତରଣୀ
କେନ୍ଦୁଝର
ଜିଲ୍ଲାର ଗୋନାସିକା ପର୍ବତରୁ ବାହାରିଛି | ସାଳନ୍ଦୀ ବୈତରଣୀ ନଦୀର ଏକ ଉପନଦୀ | ମୟୁରଭଞ୍ଜ ର
ମେଘାସନ ପର୍ବତରୁ ସାଳନ୍ଦୀର ଉତ୍ପତ୍ତି | ଏହାର ଦୈର୍ଘ୍ୟ ୩୬୫ କି.ମି |
ବୁଢ଼ାବଳଙ୍ଗ
ମୟୂରଭଞ୍ଜ
ଜିଲ୍ଲାର ଶିମିଳିପାଳ ପାହାଡରୁ ଉତ୍ପତ୍ତି ଲାଭ କରି ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ମଧ୍ୟ ଦେଇ
ପ୍ରବାହିତ ହେବା ପରେ ସମୁଦ୍ରରେ ପଡିଅଛି | ବାଲେଶ୍ଵର ଓ ବାରିପଦା ସହରଦ୍ଵୟ ଏହି ନଦୀକୂଳରେ
ଅବସ୍ଥିତ | ବରେହୀପାଣି ଜଲପ୍ରପାତ ଏହି ନଦୀ ଶଯ୍ୟାରେ ଅବସ୍ଥିତ | ଏହି ନଦୀର ଦୈର୍ଘ୍ୟ ୧୭୫
କି.ମି |
ଋଷିକୁଲ୍ୟା
ବଂଶଧାରା
କଳାହାଣ୍ଡି
ଜିଲ୍ଲାର ପାର୍ବତ୍ୟାଞ୍ଚଳରୁ ବାହାରି ଆନ୍ଧ୍ରପ୍ରଦେଶରେ ପ୍ରବେଶ କରିଛି | ମହେନ୍ଦ୍ରତନୟା ଏହାର
ଏକ ଉପନଦୀ | ମହେନ୍ଦ୍ରତନୟା ନଦୀ ମହେନ୍ଦ୍ରଗିରିର ଉତ୍ପତ୍ତି ଲାଭ କରି ବଂଶଧାରା ସହିତ ମିଳିତ
ହୋଇଛି | ଏହାର ଦୈର୍ଘ୍ୟ ୨୩୦ କି.ମି ଓ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଠାରେ ସମୁଦ୍ରରେ
ପଡ଼ିଛି | ସାଳନ୍ଦୀ, ଇନ୍ଦ୍ରାବତୀ , କୋଲାବ୍,ଶାବରୀ, ମାଛକୁଣ୍ଡ, ନାଗାବଳୀ, ବାହୁଡା ଆଦି
ଓଡ଼ିଶାର ମାଲଭୂମି ଅଞ୍ଚଳରେ କେତେକ ନଦୀ | ଡୁଡୁମା ଜଳପ୍ରପାତ ମାଛକୁଣ୍ଡ ନଦୀ ଶଯ୍ୟାରେ
ଅବସ୍ଥିତ |
________________________________________________________________
Tag:
Rivers, Rivers Of Odisha, The Mahanadi, The Baitarani, The Subarnarekha, The Bramhani, The Budhabalanga, The Rushikulya, The Bansadhara,Odisha, Balasore, Odia Language
________________________________________________________________
Tag:
Rivers, Rivers Of Odisha, The Mahanadi, The Baitarani, The Subarnarekha, The Bramhani, The Budhabalanga, The Rushikulya, The Bansadhara,Odisha, Balasore, Odia Language
0 Comments