1. Ravindranath Tagore
ରବିନ୍ଦ୍ରନାଥ୍ ଟାଗୋର୍ ୧୮୬୧ ମସିହାରେ କଲିକତାରେ ଜଣେ ବ୍ରାହ୍ମଣ ଘରେ ଜନ୍ମଗ୍ରହଣ କରିଥିଲେ | ସେ ଏକାଧାରରେ ଜଣେ ଦାର୍ଶନିକ,ଗାଳ୍ପିକ, କବି, ସଂଗୀତଜ୍ଞ, ଚିତ୍ରଶିଳ୍ପୀ ଓ ଶିକ୍ଷାବିତ୍ ଥିଲେ | ତାଙ୍କ ରଚିତ “ଜନ-ଗଣ-ମନ” ଭାରତର ଜାତୀୟ ସଂଗୀତ ଅଟେ | ସେ ଗୀତାଞ୍ଜଳୀ ନାମକ କାବ୍ୟ ପାଇଁ ସହିତ୍ୟ କ୍ଷେତ୍ରରେ ୧୯୧୩ ମସିହାରେ ନୋବେଲ୍ ପୁରସ୍କାର ପାଇଥିଲେ | ସେ ହେଉଛନ୍ତି ଭାରତର ତଥା ଏସିଆର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା |
Chandrasekhar Venkat Raman{ଚନ୍ଦ୍ରଶେଖର
ଭେଙ୍କଟ ରମଣ}
ଚନ୍ଦ୍ରଶେଖର
ଭେଙ୍କଟ ରମଣ ଜଣେ ଭାରତୀୟ ବୈଜ୍ଞାନିକ ଥିଲେ | ତାଙ୍କର ଜନ୍ମ 7 ନଭେମ୍ବର ୧୮୮୮ ମସହାରେ
ତାମିଲନଡୁର ମାଡରାସ ରେ ହୋଇଥିଲା | ଆଲୋକ ପ୍ରତିସରଣ ଉପରେ ଗବେଷଣା ପାଇଁ ୧୯୩୦ ମସିହାରେ ସେ
ନୋବେଲ୍ ପୁରସ୍କାର ପାଇଥିଲେ |
Dr. Haragobind Khurana {ଡ଼ଃ. ହରଗୋବିନ୍ଦ ଖୁରାନା}
ଡ଼ଃ.
ହରଗୋବିନ୍ଦ ଖୁରାନା ବ୍ରିଟିଶ ଭାରତର ପଞ୍ଜାବରେ ୧୯୨୨ ମସିହାରେ ଜନ୍ମଗ୍ରହଣ କରିଥିଲେ | ତାଙ୍କର
ବାପା ଜଣେ କୃଷି ବିଭାଗର କିରାଣୀ ଥିଲେ | ଭାରତ ସ୍ଵାଧୀନ ହେବା ପରେ ଡ଼ଃ. ହରଗୋବିନ୍ଦ ଖୁରାନା
୧୯୪୯ ରେ ଲଣ୍ଡନ ଯାଇଥିଲେ | ସେଠାରେ ସେ ପ୍ରୋଟିନ ଓ ନ୍ୟୁକ୍ଲିକ୍ ଏସିଡ୍ ଉପରେ ଗବେଷଣା
କରିବାକୁ ଲାଗିଲେ | ସେଠାରେ ତାଙ୍କର ସହକର୍ମୀ ଥିଲେ ଅନ୍ୟ ଦୁଇଜଣ ବୈଜ୍ଞାନିକ D.W. Caner ଓ
R. Tod | ପରେ ସେ ଭାଂକୋଭୋରରେ ପ୍ରୋଟିନ ଓ ନ୍ୟୁକ୍ଲିକ୍ ଏସିଡ଼ ଉପରେ ଅଧିକ ଗବେଷଣା କରି ୧୯୬୮
ମସିହାରେ ନୋବେଲ୍ ପୁରସ୍କାର ପାଇଥିଲେ |
Mother Teresa{ମଦର ଟେରେସା}
ମଦର
ଟେରେସା ୧୦୧୦ ମସିହା ଅଗଷ୍ଟ ୨୬ ତାରିଖରେ ଆଲବାନିୟାନରେ ଜନ୍ମଗ୍ରହଣ କରିଥିଲେ | ସେ ଜଣେ ମହିୟସୀ
ମହିଳା ଥିଲେ ଏବଂ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ | ସେ ୧୯୨୯ ରେ ଭାରତ ଆସି ଭାରତୀୟ ନାଗରିକତା
ଗ୍ରହଣ କଲେ | ସେ ପିଲାବେଳୁ ଲୋକମାନଙ୍କର ସେବା କରିଆସୁଥିଲେ | ସେ ଭାରତୀୟମାନଙ୍କର ସେବା କରି ଶାନ୍ତି ପାଇଁ ୧୯୭୯ରେ ନୋବେଲ୍
ପୁରସ୍କାର ପାଇଥିଲେ |
Dr. Subramanyam Chandrasekhar{ଡ଼ଃ.
ସୁବ୍ରମନ୍ୟମ ଚନ୍ଦ୍ରଶେଖର}
ଡ଼ଃ. ସୁବ୍ରମନ୍ୟମ ଚନ୍ଦ୍ରଶେଖର ୧୯୧୦ରେ ବ୍ରିଟିଶ ଭାରତର ଲାହୋରରେ ଜନ୍ମଲାଭ କରିଥିଲେ |
ନକ୍ଷତ୍ରମାନଙ୍କର ସଂରଚନା ଓ ବିକାଶ ପାଇଁ ଭୌତିକ ପ୍ରତିକ୍ରିୟା ଉପରେ ଗବେଷଣା କରି ୧୯୮୩ରେ ସେ
ନୋବେଲ୍ ପୁରସ୍କାର ପାଇଥିଲେ |
Amartya Sen{ଅମର୍ ସେନ}
ଅମର୍ ସେନ ୧୯୩୩ରେ ଜନ୍ମଗ୍ରହଣ କରିଥିଲେ | ସେ ଜଣେ
ଭାରତୀୟ ଅର୍ଥନୀତିଜ୍ଞ ଓ ଦାର୍ଶନିକ ଅଟନ୍ତି | ଅର୍ଥନୀତି ପାଇଁ ସେ ୧୯୯୮ରେ ନୋବେଲ୍ ପୁରସ୍କାର
ପାଇଛନ୍ତି |
Vidyadhara Surajprasad Naipal {V.S.
ନୈପାଲ୍}
V.S.
ନୈପାଲ୍ ୧୯୩୨ରେ ଜନ୍ମଲାଭ କରିଥିଲେ | ସେ ଥିଲେ ଜଣେ ଭାରତୀୟ ବ୍ରିଟିଶ ଲେଖକ | ସାହିତ୍ୟ ପାଇଁ ସେ ୨୦୦୨ରେ ନୋବେଲ୍ ପୁରସ୍କାର ପାଇଥିଲେ | ଗତ ୧୧
ତାରିଖ ୨୦୧୮ରେ ଲଣ୍ଡନରେ ତାଙ୍କର ମୃତ୍ୟୁ ହୋଇଯାଇଛି |
Venkatraman Radhakrishnan{ଭେଙ୍କଟରମଣ
ରାଧାକୃଷ୍ଣନ}
Rajendra K. Pachauri {R.K. ପଚୌରୀ}
R.K. ପଚୌରୀ ୧୯୪୦ରେ ଜନ୍ମଗ୍ରହଣ କରିଥିଲେ |
ସେ ଜଳବାୟୁ ପରିବର୍ତ୍ତନ ଉପରେ ଅନ୍ତରସରକାରୀ ପ୍ୟାନେଲ୍ (IPCC) ଗବେଷଣା କରି ଶାନ୍ତି ପାଇଁ
ନୋବେଲ୍ ପୁରସ୍କାର ପାଇଛନ୍ତି |
ଭେଙ୍କଟରମଣ
ରାଧାକୃଷ୍ଣନ ଚିଦାମ୍ବରମ୍, ତାମିଲନାଡୁରେ ଜନ୍ମ ଲାଭ କରିଥିଲେ | ସେ ୨୦୦୯ରେ ରାଇବୋଜୋମର ଗଠନ ଓ କାର୍ଯ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇଛନ୍ତି |
0 Comments