Search This Blog

ବିଚିତ୍ର ନଦୀ କାନୋ କ୍ରିଷ୍ଟାଲ (Colourful River Cristales)

 

ଦୁନିଆରେ ଅନେକ ବିଚିତ୍ର ସ୍ଥାନ ଅଛି। ତନ୍ମଧ୍ୟରୁ ଦକ୍ଷିଣ ଆମେରିକାର କଲମ୍ବିଆ ଦେଶରେ ଅବସ୍ଥିତ କାନୋ କ୍ରିଷ୍ଟାଲ ଅନ୍ୟତମ । ଏହି ନଦୀର ବିଶେଷତ୍ୱ ହେଉଛି ଏହାର ପାଣି ରଙ୍ଗୀନ ଦେଖାଯିବା । ଏହା ଗୁଏବେରୋ ନଦୀର ଏକ ଶାଖା ନଦୀ ଅଟେ । ଏହାର ଅନ୍ୟ ନାମ "ପାଞ୍ଚ ରଙ୍ଗର ନଦୀ" ବା "ତରଳ ଇନ୍ଦ୍ରଧନୁ" । 

ଜୁଲାଇ ମାସ ଶେଷରୁ ନଭେମ୍ବର ପର୍ଯ୍ୟନ୍ତ ନଦୀର ପାଣିରେ ବିଭିନ୍ନ ରଙ୍ଗ ଦେଖାଯାଏ । ଏପରି ହେବାର କାରଣ ଏହି ନଦୀ ଶଯ୍ୟା ବିଭିନ୍ନ ପ୍ରକାରର ହଳଦିଆ, ସବୁଜ, ନୀଳ, କଳା ଓ ନାଲି ରଙ୍ଗର ମାକେରେନିଆ କଳାଭିଗେରା ଉଦ୍ଭିଦ ଯୋଗୁଁ ହୋଇଥାଏ ।

ଏହି ନଦୀ କଲମ୍ବିଆର ଉତ୍ତର ଭାଗରେ ଅବସ୍ଥିତ । ଏହାର ଲମ୍ବ ପ୍ରାୟ ୧୦୦ କିଲୋମିଟର। ବର୍ଷା ଋତୁରେ ପାଣିର ସ୍ତର ବୃଦ୍ଧି ଯୋଗୁଁ ଏବଂ ସ୍ୱଚ୍ଛ ପାଣି ଯୋଗୁଁ ଜଳର ତଳ ସ୍ତରରେ ଥିବା ଗଛର ରଙ୍ଗ ଫୁଟି ଦିଶେ । ନ୍ୟାସନାଲ ଜୋଗ୍ରାଫିର ଏପିଷୋଡ଼ରେ ଏହାକୁ ସବୁଠୁ ସୁନ୍ଦର ନଦୀ କୁହା ଯାଇଛି । 

ଏହି ବାଡ଼ିରେ ଥିବା ପଥର ପ୍ରାୟ ନିୟୁତ ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହୋଇଛି ବୋଲି ମତ ପ୍ରକାଶ କରାଯାଏ । ଏହା ଏକ ଦ୍ରୁତ ପ୍ରବାହିତ ନଦୀ । ନଦୀର ଅନେକ ଜାଗାରେ ଛୋଟ ଗୋଲ ଗାତ ଗୁଡ଼ିକ ଦେଖାଯାଏ । ଜଳସ୍ରୋତ ଏହି ଗାତ ଚାରିପଟେ ଘୁର୍ଣ୍ଣିତ ହୋଇ ଗାତ ଭିତରେ ପ୍ରବେଶ କରେ । 

Post a Comment

0 Comments