ଜନ୍ମରୁ ଶୁଭ୍ର, ବାର୍ଦ୍ଧ୍ୟକେ ଲୋହିତ, 
ବାସ୍ନା ତୋ'ର କରେ ମୋତେ ବିମୋହିତ ।।
ତୋ ଶୁଭ୍ର ତନୁର ନାହିଁ ଉପମା, 
ଦେଖାଇ ନାହୁଁ ତୁ କେବେ ବଡ଼ିମା ।।
ମାଡ଼ିଯାଇଛୁ ଗଛରେ ମାଳତୀ ଲତା, 
ତୋର ବାସ୍ନା ଦିଏ ଶାନ୍ତିର ବାର୍ତ୍ତା ।।
ଗ୍ରୀଷ୍ମର ସନ୍ଧ୍ୟାକାଳେ ଫୁଟୁ ତୁହି, 
ତୋ ସହିତ କେମିତି ସାରି ହେବି ମୁହିଁ? 
ଗ୍ରୀଷ୍ମରେ ଆମକୁ ବଞ୍ଚେଇବା ପାଇଁ, 
ମଧୁ ବାସନା ଭରିଦେଉ ତୁହି ।।

ଶଶୀ ଜୋଛନାରେ ଦିଶୁ ମନଲୋଭା, 
ପବନରେ ଝୁଲି ପାଉ ତୁହି ଶୋଭା ।।
ପେନ୍ଥା ପେନ୍ଥା ହୋଇ ଡାଳେ ଝୁଲୁଅଛୁ, 
ପ୍ରକୃତିକୁ ମନଲୋଭା ତୁହି କରୁଅଛୁ ।।
ସବୁଜିମା ଭିତରୁ ତୋ ଶୁଭ୍ର ରଙ୍ଗ, 
ଋଷିଙ୍କ ତପସ୍ୟା କରିଦେବ ଭଙ୍ଗ ।।
କ୍ଷଣସ୍ଥାୟୀ ଅଟେ ତୋର ଜୀବନ, 
ହେଲେ ତୁ ନହୁଁ କା'ଠାରୁ ନ୍ୟୁନ ।
କ୍ଷୀଣ ଦୀପଶିଖା ପରି ଜଳି ତୁହି, 
ତୋ ବାସ୍ନା ଆଲୁଅରେ ନାଚୁଛି ମହୀ ।।

ସବୁଜ- ଶୁଭ୍ର- ଲୋହିତ ତୋ କାୟା, 
ତୋ ଦେହେ ବସିବାକୁ ଭ୍ରମର ବାୟା ।।
ଭଅଁର, ମହୁମାଛି, ପ୍ରଜାପତିଙ୍କୁ, 
ଆକର୍ଷିତ କରୁ ତୋ ପାଖକୁ ।।
ତୋ ଦେହୁ ମକରନ୍ଦ ପାନ କରି, 
ସେମାନେ ଯାଆନ୍ତି ଜଗତରୁ ତରି ।।
ତୋ ପ୍ଯୁଷ ପାଇ ମହୁମାଛି ମାନେ, 
ମଧୁ ସଞ୍ଚନ୍ତି ଗହନ ବନେ ।।
ସେ ମଧୁ ଲାଗେ ଜଗତର ହିତେ, 
ତାକୁ ପାଇଁ ନର ଜଗତକୁ ଜିତେ ।।
ଦାନ ଦେବାପାଇଁ ତୁ ବିଶ୍ୱକୁ ଆସି, 
ସମସ୍ତଙ୍କୁ ତୋ ମକରନ୍ଦ ପରାଶି ।।
ଶେଷେ ଲାଲ ହୋଇ ତୁହି ଟଳି ପଡ଼ୁ, 
ଯେସନେ ଯୁଦ୍ଧେ ସୈନ୍ୟ ରକ୍ତେ ଜୁଡୁବୁଡ଼ୁ ।।
ପଚାରନ୍ତିନି ତୋ ହାଲାଚାଲ କେହି, 
ଏଥିପାଇଁ ତୋ ମନେ ଦୁଃଖ ନାହିଁ ।।
ଭଲପାଉ ଜଗତକୁ ତୁ ପ୍ରାଣପଣେ, 
ପ୍ରାଣ ଭରାଉଛୁ ପ୍ରାଣୀ ଜୀବନେ ।।

Jhadeswar Khanda